ଜୀଉନ୍ତିଆ ପର୍ବ ଉପଲକ୍ଷେ ଭନ୍ଦ୍ରାରେ ଡ୍ୟାନ୍ସ ଧମାକା

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ନୂଆବସ୍ତି ଠାରେ ଭାଇ ଜୀଉନ୍ତିଆ ପର୍ବ ଉପଲକ୍ଷେ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗଦେଇ ଥିବା ବେଳେ ଯୁବ ସାମ୍ବାଦିକ ଅଜିତ କୁମାର ସାହୁ, ମହନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସୁବାସ ଭୋଇ ମଞ୍ଚ ପରିଚାଳନା କରିଥିଲେ। ବିଜୟତା ମାନଙ୍କ ଆଥିର୍କ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

ଏଥିରେ ଲତିକା, ନନ୍ଦିତା, ଚନ୍ଦ୍ରିକା, ଶିଖା, ଅହଲ୍ୟା, ବେଦମତି, ନମିତା, କାଜଲ, ସ୍ୱପ୍ନା, ରିତା, ତନୁ, ରୁବି, ରାନୁ, ଲାଷ୍ମୀ, ସସ୍ମିତା, ବାଳିକା, ମମତା, ନନ୍ଦିନୀ, ତୁଳସୀ, ଜୟନ୍ତୀ, ଡୋଲି, ମହିନୀ, ପ୍ରେମାଞ୍ଜଳି ପ୍ରମୁଖ ସହଯୋଗ କରିଥିଲେ।