ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ବନ ବିଭାଗ କାର୍ଯ୍ୟଳୟ ଠାରେ ୬୮ ତମ ବନପ୍ରାଣୀ ସପ୍ତାହ ପାଳନ କରାଯାଇଛି। ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ, ବନ୍ୟଜନ୍ତୁ ସଂରକ୍ଷଣ ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ତଥା ହତ୍ୟା ନକରି ବହୁ ସଂଖ୍ୟକ ପ୍ରାଣୀଙ୍କୁ ବଞ୍ଚାଇବା ବୋଲି ମତବ୍ୟକ୍ତ ଦେଇଥିଲେ। ବନପାଳ ଆଶୁତୋଷ ମହାକୁର, ସୁଶୀଳ ପୁଟା, ବନରକ୍ଷୀ ସତ୍ୟାନନ୍ଦ ପ୍ରଧାନ, ରମେଶ ଧରୁଆ, ମଧୁସ୍ମିତା ବେହେରା, ପ୍ରଜ୍ଞା ପ୍ରିୟଦର୍ଶୀନି ମହାରଣା, ଡିଇଓ ମିଳନ ବାରିକ, ସାମାଜିକ କର୍ମୀ ଚରଣ ପାଣି ବେଜ, ଶ୍ରୀନିବାସ କ୍ଷେତୀ ପ୍ରମୁଖ ଉପସ୍ଥିତ ଥିଲେ।