ବିହାରରେ ବନ୍ୟା ପରେ ଡେଙ୍ଗୁ ଆତଙ୍କ, ୧୯୩୨ଜଣ ଆକ୍ରାନ୍ତ

ପାଟନା,ଏଜେନ୍ସି: ପ୍ରଳୟଙ୍କରୀ ବନ୍ୟା ପରେ ବିହାରରେ ଡେଙ୍ଗୁ ବ୍ୟାପୁଛି। ଏ ନେଇ ବିହାରରେ ଆତଙ୍କ ସୃଷ୍ଷ୍ଟି ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧, ୯୨୩ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ରାଜଧାନୀ ପାଟନାରେ ୧, ୪୧୦ ଲୋକ ଆକ୍ରାନ୍ତ ହୋଇଛନ୍ତି।

ପ୍ରବଳ ବର୍ଷା ଏବଂ ନର୍ଦ୍ଧମା ଜାମ୍‌ ହୋଇଯିବାରୁ ଅଞ୍ଚଳଗୁଡ଼ିକ ପାଣିରେ ବୁଡ଼ି ରହିଥିଲା। ପାଟନାର ବନ୍ୟା ପର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। କେଉଁ ତ୍ରୁଟି ଯୋଗୁଁ ରାଜଧାନୀରେ ପାଣି ଜମି ରହିଲା ତାହା ଜାଣିବାକୁ ଏକ ଚାରିଜଣିଆ କମିଟି ଗଠନ କରି ଗୋଟିଏ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେ ଆଦେଶ ଦେଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟନାର ସରକାରୀ ଡାକ୍ତରଖାନା କରି ପ୍ରସ୍ତୁତି ତଦାରଖ କରିଥିଲେ। ସେ କହିଲେ ଯେ ରୋଗ ବ୍ୟାପିବା ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାର୍ୟ୍ୟ କରୁଛନ୍ତି।