ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁର ଉପକଣ୍ଠ ରଣ୍ଡା ଥାନା ଛକରେ ବସ୍‌ ଧକ୍କାରେ ଜଣେ ପରିବା ବିକାଳି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜିତ ହୋଇ ରାସ୍ତା ରୋକ କରିଛନ୍ତି। ମୃତ ମହିଳା ଜଣକ ହେଲେ ଚିକରଡ଼ା ଗ୍ରାମର କନକ ବେହେରା। ରାସ୍ତା ଅତିକ୍ରମ କରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ତେବେ ଉକ୍ତ ସ୍ଥାନଟି ଜନଗହଳି ପୂର୍ଣ୍ଣ ରହୁଥିବାରୁ ସେଠାରେ ଏକ ଫୁଟ ଓଭରବ୍ରିଜ୍‌ କରିବାକୁ ସ୍ଥାନୀୟ ଲୋକେ ବହୁ ଦିନରୁ ଦାବି କରୁଥିଲେ ହେଁ ଏଥିପ୍ରତି କେହି ଧ୍ୟାନ ଦେଉନଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା ପରେ ଆଜି ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତାରୋକ କରିବା ସହ ଫୁଟ ଓଭରବ୍ରିଜ୍‌ ପାଇଁ ଦାବି କରିଛନ୍ତି। ରାସ୍ତାରୋକ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।