ନୂଆଦିଲ୍ଲୀ: ଚୀନର ଉତ୍ତର-ପୂର୍ବାଞ୍ଚଳର ଏକ ରେସ୍ତୋରାଁରେ ଭୀଷଣ ନିଆଁ ଲାଗି ୧୭ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୩ଜଣ ଆହତ ହୋଇଛନ୍ତି ।
ସ୍ଥାନୀୟ ପ୍ରଶାସନ ବିବୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିବା ଏକ ବୟାନରେ କହିଛି ଯେ, ଚାଙ୍ଗଚୁନ ସହରର ଏକ ରେସ୍ତୋରାଁରେ ଦ୍ୱିପ୍ରହର ପ୍ରାୟ ୧୨ଟା ୪୦ରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।