ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଟାଇଁସର ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଆଜି ଗୋରୁ ମାଂସ ବିକ୍ରି ବେଳେ ଉତ୍ତେଜନା ଦେଖାଯାଇଛି। ସୂଚନାପାଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିବା ସହ କଟା ଗୋରୁ ମାଂସ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ ବଡ଼ବାଲିପସୀ ଗ୍ରାମର ଶ୍ରୀରାମ ନାଏକ ଓ ଗୋବିନ୍ଦ ନାଏକ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଠାରୁ ଗତକାଲି ଏକ ଗୋରୁ କିଣି ଆଣି ଆଜି ସକାଳୁ ଗ୍ରାମରେ ଗୋରୁକୁ ହତ୍ୟା କରି ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ଏହା ଜାଣି ପାରିଥିଲେ। ଫଳରେ ଗ୍ରାମରେ ଉତ୍ତେଜନା ଦେଖାଯାଇଥିଲା। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।