ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଚନ୍ଦ୍ରମଣୀ ନାଗ ଏବଂ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଯୋଗେନ୍ଦ୍ର ସାଗରିଆ, ୟୁନିୟନ ବ୍ୟାଙ୍କ ମ୍ୟାନେଜର ସୁଧୀର କୁମାର ସ୍ୱାଇଁ, ଶିଳ୍ପ ବିକାଶ ଅଧିକାରୀ ମାନସ ରଞ୍ଜନ ସାହୁ, ନିରଞ୍ଜନ ପାଣିଗ୍ରାହୀ, କାର୍ତ୍ତିକେଶ୍ୱର ନାୟକ, ପ୍ରଶାନ୍ତ ବେହେରା, ପିଇଓ ରୁଦ୍ର ବାଗ ଓ ସମିତି ସଭ୍ୟ ମଦନ ନାଗ ପ୍ରମୁଖ ଯୋଗ ଦେଇଥିଲେ । ବେକାର ଯୁବକ, ଯୁବତୀ, କୁଶଲ କାରିଗର ତଥା ଅଣକୁଶଳୀ ଜନସାଧାରଣଙ୍କ କିଭଳି ଭାବେ ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ ଯୁବତୀମାନେ ସାମିଲ ହୋଇଥିଲେ ।