ବାଇକକୁ ଧକ୍କା ଦେଲା ଟ୍ରକ, ୪ ଫୁଟବଲ ଖେଳାଳି ଗୁରୁତର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ଝିକିମିକି ଗ୍ରାମରୁ ଅକ୍ଷରଶିଳା ଗ୍ରାମକୁ ବାଇକ ଯୋଗେ ଏକ ଫୁଟବଲ ମ୍ୟାଚ ଖେଳିବାକୁ ଯିବା ବାଟରେ ଇନ୍ଦ୍ରାଣୀଝରଣ ଗ୍ରାମ ନିକଟସ୍ଥ ୧୦ ନମ୍ବର ରାଜ୍ୟ ରାଜପଥରେ ଟ୍ରକ ଧକ୍କା ହୋଇଛି । ଫଳରେ ୪ଜଣ ଫୁଟବଲ ଖେଳାଳି ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ଖେଳାଳିମାନେ ହେଲେ ଝିକିମିକି ଗ୍ରାମର ଟୁନା ଧୀବର, କାଶୀ ଧୀବର, ନନ୍ଦ ଧୀବର ଓ ବିଷ୍ଣୁ ଧୀବର ।