Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ଗଣପର୍ବ ନୂଆଖାଇର ସନ୍ଦେଶ ବିଶ୍ୱପ୍ରସାରିତ ହୋଇଛି’- ମନ୍ତ୍ରୀ ପ୍ରଦିପ ଅମାତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ଗଣପର୍ବ ନୂଆଖାଇର ସନ୍ଦେଶ ବିଶ୍ୱପ୍ରସାରିତ ହୋଇଛି’- ମନ୍ତ୍ରୀ ପ୍ରଦିପ ଅମାତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି। ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ରାଜଧାନୀରେ କାର୍ଯ୍ୟରତ ପ୍ରଶାସକ ତଥା ପଦାଧିକାରୀମାନଙ୍କ ପକ୍ଷରୁ ଭୁବନେଶ୍ୱର କ୍ଲବ୍‌ରେ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣପର୍ବ ନୂଆଖାଇ ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନର ବାର୍ତ୍ତାବହ ବୋଲି ଉଲ୍ଲେଖ କରିଛନ୍ତି।
ଭେଟ୍‌ଘାଟ୍‌ରେ ପୌରୋହିତ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପର୍ବ ଭାବରେ ଅର୍ଜନ କରିଥିବା ଆଦୃତି ଓ ତା’ର ଆଭିମୁଖ୍ୟ ବଳରେ ଓଡ଼ିଶା ବାହାରେ ଏବଂ ବିଦେଶରେ ଥିବା ଓଡ଼ିଆମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇପାରିଛି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କୃଷି ଓ କୃଷକ ସଶକ୍ତୀକରଣ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ନୂଆଖାଇ ପର୍ବର ସ୍ୱାତନ୍ତ୍ର୍ୟ, ନବାନ୍ନ ଅର୍ପଣ ବିଧି, ସନ୍ଦେଶ ଓ ପାଳନର ବ୍ୟାପକତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।

ଅରବିନ୍ଦ ଅଗ୍ରୱାଲ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିମଳେନ୍ଦୁ ରାୟ ଓ ମନୀଷ ଅଗ୍ରୱାଲ ସହଯୋଗ କରିଥିଲେ। ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଶ୍ରୀ ଅନୁପମ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସ୍ପିରିଟ୍‌ଜା ଏକାଡେମୀ ଅଫ୍‌ ପରଫର୍ମିଂ ଆର୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଓ ଅନ୍ୟାନ୍ୟ ବିଭାଗରେ ଅବସ୍ଥାପିତ ପଶ୍ଚିମ ଓଡ଼ିଶାର ପ୍ରଶାସକ ଓ କର୍ମଚାରୀମାନେ ସପରିବାର ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।