ଏସସିଓ ସମ୍ମିଳନୀରେ ସାମିଲ ହେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜବେକିସ୍ତାନର ସମରକନ୍ଦ ଗସ୍ତ କରିଛନ୍ତି । ସେଠାରେ ମୋଦୀ ଏସସିଓ ସମ୍ମିଳନୀରେ ଭାଗ ନେବେ । କରୋନା ମହାମାରୀ ସମୟରେ ପ୍ରଥମଥର ପାଇଁ ସମସ୍ତ ସ୍ଥାୟୀ ସଦସ୍ୟ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହେବେ । ଏଥିରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫ ସାମିଲ ହେଉଥିବାରୁ ଏହି ସମିଟ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ମୋଦୀଙ୍କ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ବିଶେଷ ସୂଚନା ପ୍ରଦାନ କରାଯାଇଛି ।

ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ପ୍ରେସ କନଫ୍ରେନ୍ସରେ କହିଛନ୍ତି ଯେ, ଏହି ସମ୍ମିଳନୀରେ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ଆଲୋଚନା ହେବ । ଏଥିସହିତଆତଙ୍କବାଦକୁ ମୁକାବିଲା କରିବାର ଉପାୟ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା ହେବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଅନ୍ୟ ନେତାଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।