ପୁଣିଥରେ ତେଲ କିଣିବାକୁ ଭାରତକୁ ଅପିଲ କଲା ଇରାନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ବି ଜାରି ରହିଛି । ଆମେରିକାର ପ୍ରତିବନ୍ଧ ସତ୍ୱେ ଋଷ ବଜାରରୁ ଭାରତ ତେଲ କିଣିବା ଜାରି ରଖିଛି । ଇତିମଧ୍ୟରେ ଇରାନ ମଧ୍ୟ ଭାରତ ସହ ତେଲ ବ୍ୟାପାର ଆରମ୍ଭ କରିବାକୁ ନେଇ ଆଗ୍ରହ ପ୍ରକାଶ କରିଛି । ଋଷ ମଡେଲକୁ ଅନୁସରଣ କରି ଭାରତ ତେଲ କିଣୁ ବୋଲି ଇରାନ ଚାହୁଁଛି । ଭାରତକୁ ପୁଣିଥରେ ତେଲ କିଣିବାକୁ ଇରାନ ଅପିଲ କରିଛି । ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ପଶ୍ଚିମୀ ପ୍ରତିବନ୍ଧକୁ ଅଣଦେଖା କରି ଋଷଠାରୁ ଭାରତ ତେଲ କିଣୁଛି ।

ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ପ୍ରତିବନ୍ଧ ଲଗାଇବା ପରେ ଭାରତ ୨୦୧୯ ମେ’ରୁ ଇରାନଠାରୁ ତେଲ କିଣିବା ବନ୍ଦ କରିଦେଇଛି । ପ୍ରତିବନ୍ଧ ପୂର୍ବରୁ ଚୀନ ପରେ ଭାରତ ଥିଲା ଇରାନଠାରୁ ସର୍ବାଧିକ ତେଲ କିଣୁଥିବା ଦ୍ୱିତୀୟ ଦେଶ । ଅଧିକାରୀଙ୍କ ମୁତାବକ ଆମେରିକାର ଚାପ ଯୋଗୁ ଭାରତ ସେହି ସମୟରେ ଇରାନଠାରୁ ତେଲ କିଣିବା ବନ୍ଦ କରିଥିଲା ।