ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨ ଦିନିଆ ଦିଲ୍ଲୀ ଗସ୍ତ ପରେ ପାଟନା ଫେରି ଯାଇଛନ୍ତି । କିନ୍ତୁ ପାଟଣା ଫେରିବା ପରେ ନୀତିଶ ‘ରାବଡୀ ନିବାସ’ ପହଞ୍ଚିଥିଲେ । ସେଠାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟି କିଛି ସମୟ କଥା ହୋଇଥିଲେ । ଏହି ସମୟରେ ରାବଡ଼ୀ ଦେବୀ, ତେଜସ୍ୱୀ ଯାଦବ ଓ ତେଜପ୍ରତାପ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ମିଶନ ୨୦୨୪ ଲକ୍ଷ୍ୟରେ ଦିଲ୍ଲୀ ପହଞ୍ଚିଥିବା ନୀତିଶ କୁମାର ଗସ୍ତ ପୂର୍ବରୁ ମଧ୍ୟ ରାବଡ଼ୀ ନିବସ ପହଞ୍ଚିଥିଲେ । ସେଦିନ ମଧ୍ୟ ନୀତିଶ ଓ ଲାଲୁ ପ୍ରସାଦ କିଛି ସମୟ କଥା ହୋଇଥିଲେ ।