ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ଗ୍ରାମ ସ୍ଥିତ ସ୍ଥାନୀୟ ଜଗନ୍ନାଥ ପାଠାଗାର ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦେଇ ଥିବାବେଳେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ହରେକୃଷ ରଣା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ସାରା ରାଜ୍ୟରେ ଏବେ ପାଳିତ ହେଉଛି।
ଏହି ପର୍ବ ଏବେ ଗାଁ’ରେ ସୀମିତ ହୋଇ ରହିନାହିଁ। ତେଣୁ ଆମେ ସମସ୍ତଙ୍କୁ ଏକଜୁଟ୍ ହେବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ। ଏହି ଅବସରରେ ପଶ୍ଚିମ ଓଡିଶାର ସୁନାମ ଅର୍ଜନ କରିଥିବା ଆରକେ ରକ ଷ୍ଟାର ରୁକୁ ସୁନା ଯୋଗଦେଇ ସମ୍ବଲପୁରୀ ଗୀତରେ ଦର୍ଶକ ମାନଙ୍କୁ ଝୁମାଇଥିଲେ। ତାଙ୍କର ଗୀତ ଶୁଣିବା ପାଇଁ ହଜାର ହଜାର ଦର୍ଶକ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।
ପୁରୁନ୍ଧର ରଣା ମଞ୍ଚ ପରିଚାଳନା କରିଥିବାବେଳେ ଅଜିତ ହାତୀ, ବିଶି ରଣା, ଅଶୋକ ରଣା, ବୋତ ରଣା, ବିକାଶ ରଣା, ଗୁଣ ନିଧି ମାଝୀ, ଅଜିତ ବେହେରା, ବବୁଲୁ ବେହେରା, ଅନୀଲ ବେହେରା, ପିଣ୍ଟୁ ରଣା, ପ୍ରଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ।