ଡୁଙ୍ଗୁରିପାଳିରେ ସୋଲାର ପ୍ଲାଣ୍ଟ୍‌ ସ୍ଥାପନକୁ ଗ୍ରାମବାସୀଙ୍କ ବିରୋଧ, ୪୨ ଦିନରେ ପହଞ୍ଚିଲା ଗ୍ରାମବାସୀଙ୍କ ଧାରଣା

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଳିରେ ସୋଲାର ପ୍ଲାଣ୍ଟ ସ୍ଥାପନକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଗତ କିଛି ଦିନ ହେବ ଚକାପଚ୍ଛା ଲାଗିରହିଥିଲା। ଡୁଙ୍ଗୁରିପାଲି ପଞ୍ଚାୟତ ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ଜୋରଦାର ଆନ୍ଦୋଳନ ମଧ୍ୟ ଜାରି ରହିଛି। ତେବେ ଜୀବନ ଚାଲିଯିବ ପଛେ ଏହି ପ୍ଲାଣ୍ଟ କରିବା ପାଇଁ ପ୍ରଶାସନକୁ ଜାଗା ଦେବୁ ନାହିଁ ବୋଲି ଗ୍ରାମବାସୀ ଜିଦ୍‌ ଧରିଛନ୍ତି।

ଗ୍ରାମବାସୀ ଓ ପୁଲିସ ପ୍ରଶାସନ ଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଦେଖା ଦେବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଟାଉନ ଥାନା ଏସଡିପିଓ ତୋଫାନ ବାଗ, ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ, ତୁଷୁରା ଥାନା ଅଧିକାରୀ ସଞ୍ଜିବ କୁମାର ପଧାନ, ଦେଓଗାଁ ଥାନା ଅଧିକାରୀ ତାରାବତୀ ପଧାନ, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସମେତ ୪ ପ୍ଲାଲଟୁନ ଫୋର୍ସ ମୃତୟନ ରହିଛନ୍ତି। ପ୍ଲାଣ୍ଟର ମ୍ୟାନେଜର ସୁଭାସିସ ଭଟାଚାଯ୍ୟ ଜବରଦସ୍ତ କାମ ଆରମ୍ଭ କରୁଥିବା ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେର, ଅତିରିକ୍ତ ତହସିଲଦାର ଲଳିତ ବାଗ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିଛନ୍ତି।

ତେବେ ସ୍ଥାନୀୟ ସରପଞ୍ଚ ଗଜପତି ସାହୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଘଟଣା ସ୍ଥାନରେ ସଇଁନ୍ତଲା ପୁଲିସ ଟେକିଆଣି ଥିବା ବେଳେ ଥାନାରେ ଅଟକ ରହିଥିବା ଜଣାପଡିଛି। ଯଦି ପୁଲିସ ପ୍ରଶାସନ ସରପଞ୍ଚ ଯଦି ନ ଛାଡିଲେ ଜାତୀୟ ରାଜପଥ ଅବରୋଧ କରିବା ସହ ଥାନା ମଧ୍ୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଉକ୍ତ ଗାଁର ଯୁବକ ଅରୁଣ ସାହୁ(୨୧)ଙ୍କୁ ମଧ୍ୟ ପ୍ଲାଣ୍ଟର କର୍ମଚାରୀ ମାନେ ଆକ୍ରମଣ କରିଥିବା ବେଳେ ଯୁବକ ଜଣକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି।

ସୂଚନା ମତେ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ବିନା ଗ୍ରାମ ସଭା କିମ୍ବା ବିନା ପଲ୍ଲୀସଭାରେ ସୌର ପ୍ରକଳ୍ପ ସ୍ଥାପନ କରାଯାଉଥିବା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣା ଙ୍କ ନିର୍ଦ୍ଦେଶ ରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋକ ସତ୍ୟବାନ ମହାଜନ ଡୁଙ୍ଗୁରିପାଲି ଗ୍ରାମରେ ଏକ ଯୁଗ୍ମ ଜନ ଶୁଣାଣୀ ଶିବିର ମଧ୍ୟ କରିଥିଲେ। ପ୍ରକଳ୍ପକୁ ବିନା ଗ୍ରାମ ସଭାରେ କିମ୍ବା ଗ୍ରାମବାସୀ ଙ୍କ ଅଜାଣତରେ ପ୍ରଶାସନ ଆଦିତ୍ୟ ବିର୍ଲା ନାମକ ଏକ ଘୋରୋଇ କମ୍ପାନୀ ହାତକୁ ଟେକି ଦେଉଥିବା ଅଭିଯୋଗ କରିଥିଲେ।

ଏହାସହ ଗ୍ରାମବାସୀ ଙ୍କ ପାଇଁ ଥିବା ଗୋଚର, ଖେଳପଡ଼ିଆ, ଜଙ୍ଗଲ ଜମିକୁ ପ୍ରଶାସନ କିଭଳି ବିନା ଅନୁମତି ରେ ବନ୍ଦ କରିବାକୁ ପ୍ରଶାସନ କିଏ ବୋଲି ଗ୍ରାମବାସୀ କହିଥିଲେ।ସୋଲାର ପ୍ଲାଣ୍ଟ ସ୍ଥାପନ ହେଲେ ଗୋରୁ ଗାଈଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଗ୍ରାମବାସୀ କିଭଳି ନିଜ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି ଗ୍ରାମବାସୀ ମାନେ କହିବା ସହ ସୋଲାର ପ୍ଲାଣ୍ଟ ସ୍ଥାପନକୁ ତୀବ୍ର ବିରୋଧ କରିବାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ମଧ୍ୟ ବସିଛନ୍ତି । ସୂଚନାଯୋଗ୍ୟ ଯେ, ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତ ଠାରେ ୧୨୪ ହେକ୍ଟର ଗୋଚର ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଥିବାର ଜଣାପଡିଛି।

ଏହି ପ୍ଲାଣ୍ଟକୁ ଇଡ଼କୋକୁ ପ୍ରଶାସନ ହନ୍ତାସ୍ତର କରିଦେଇଛି। ଯାହାକୁ ନେଇ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି।ପ୍ରକାଶ ଥାଉକି ଯେ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକେ ପେଟ ପୋଷିବା ପାଇଁ ଏହି ଗୋଚର ଜମିରୁ କେନ୍ଦୁପତ୍ର, ଚାହାର, କେନ୍ଦୁ, ଆମ୍ବ ଭଳି ଅନେକ ଦ୍ରବ୍ଯ ସଂଗ୍ରହ କରି ପେଟ ପୋଷନ୍ତି। ଯାହା ଏବେ ଭୋକିଲା ପେଟକୁ ଶୋଷଣ କରିବା ପାଇଁ ପ୍ରଶାସନ ଚେଷ୍ଟା କରୁଛି। ବିନା ଗ୍ରାମ ସଭା ଓ ଗ୍ରାମବାସୀ ଙ୍କ ଅଜାଣତରେ ୧୨୪ ହେକ୍ଟର ଜମି ହସ୍ତାନ୍ତର କରିଦେଇଛି। ତେବେ ଆଜି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିବାସହ ୪୨ ଦିନ ହେବ ଧାରଣାରେ ମଧ୍ୟ ପହଞ୍ଚିଛି, ଏବଂ ଗ୍ରାମବାସୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି।