ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ, ଓଡିଶାର ଈଶ୍ୱର ଚନ୍ଦ୍ର ନାୟକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପବିତ୍ର ଗୁରୁ ଦିବସରରେ ସମ୍ମାନିତ ହୋଇଛନ୍ତି ଗୁରୁ । ଦିଲ୍ଲୀର ବିଜ୍ଞାନ ଭବନରେ ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର କୋଣ ଅନୁକୋଣରୁ ଚୟନ ହୋଇଥିବା ୪୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ସେମାନଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ବର୍ଗର ଶିକ୍ଷକ ଓ ୧୮ ଜଣ ଶିକ୍ଷୟତ୍ରୀ ସମ୍ମାନିତ ହୋଇଛନ୍ତି । ଓଡ଼ିଶାର ଈଶ୍ବର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୨ ପାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ଇଶ୍ବର ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ଆଜି ସମସ୍ତ ଶିକ୍ଷକଙ୍କୁ ସମ୍ମାନିତ କରି ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘‘ଆଜି ମୁଁ ସେହି ସମସ୍ତ ଶିକ୍ଷକଙ୍କୁ ପ୍ରଣାମ ଜଣାଉଛି ଯିଏ କେବଳ ମୋତେ ବଢାଇ ନାହାନ୍ତି ଭଲ ପାଇବା ଦେଇଛନ୍ତି ଓ ସଂଘର୍ଷ ପାଇଁ ପ୍ରେରଣା ଦେଇଛନ୍ତି । ପରିବାର ଓ ଶିକ୍ଷକଙ୍କ ମାର୍ଗ ଦର୍ଶନରେ ମୋ ଗାଁରେ ମୁଁ କଲେଜ ଯାଇଥିବା ପ୍ରଥମ ଝିଅ ହୋଇପାରିଛି । ମୋ ଜୀବନ ଯାତ୍ରାରେ ଯେଉଁଠାରେ ପହଞ୍ଚିଛି ତା ପାଇଁ ସମସ୍ତ ଶିକ୍ଷକଙ୍କ ନିକଟରେ କୃତଜ୍ଞ ।’’

ସେ ଆହୁରି କହିଛନ୍ତି, ”ଆମ ସଂସ୍କୃତିରେ ଶିକ୍ଷକଙ୍କୁ ପୂଜା କରାଯାଏ । ମୁଁ ବି ଏହା ମାନେ ଜଣେ ନିଷ୍ଠାବାନ ଶିକ୍ଷକଙ୍କୁ ନିଜ ଜୀବନରେ ଯେଉଁଭଳି ସାର୍ଥକତା ଅନୁଭବ ହୁଏ ତାର କୌଣସି ତୁଳନା ନାହିଁ । ମୁଁ ବି ମୋ ଜୀବନରେ ସେହି ସମୟକୁ ଅଧିକ ମହତ୍ତ୍ବ ଦିଏ ଯାହା ଶିକ୍ଷା ସହିତ ଜଡିତ । ମୋତେ ରାଇରଙ୍ଗପୁରରେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ ଶିକ୍ଷୟିତ୍ରୀ ରୂପରେ ଯୋଗ ଦେବାର ଅବସର ମିଳିଥିଲା । ମୁଁ ବିଶ୍ବାସ କରେ କି ଯଦି ସ୍କୁଲ ସ୍ତରରେ ଶିକ୍ଷା ମଜବୁତ ନ ହୁଏ ତେବେ ଉଚ୍ଚ ଶିକ୍ଷାସ୍ତର ଭଲ ହୁଏ ନାହିଁ ।”

ବିଜ୍ଞାନ, ସାହିତ୍ୟ ତଥା ସାମାଜିକ ଶାସ୍ତ୍ରର ମୌଳିକ ପ୍ରତିଭାର ବିକାଶ ମାତୃଭାଷା ଦ୍ବାରା ଅଧିକ ବିକଶିତ ହୋଇଥାଏ । ଆମ ମାଆ ହିଁ ପ୍ରଥମେ ଜୀବନ ଶିକ୍ଷା ଦେଇଥାନ୍ତି । ତେଣୁ ପ୍ରକୃତ ଦକ୍ଷତାକୁ ବିକଶିତ କରିବାକୁ ମାତୃଭାଷା ସହାୟକ ହୋଇଥାଏ। ମାଆଙ୍କ ପରେ ଶିକ୍ଷକ ହିଁ ଆମକୁ ଜୀବନରେ ଶିକ୍ଷା ଦେଇଥାନ୍ତି । ଯଦି ଶିକ୍ଷକ ମାତୃଭାଷାରେ ପଢାଇବେ ତେବେ ବିଦ୍ୟାର୍ଥୀ ସୌଜତାର ସହିତ ନିଜ ପ୍ରତିଭାର ବିକାଶ କରିପାରିବେ । ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଉଚ୍ଚ ଶିକ୍ଷା ପାଇଁ ଭାରତୀୟ ଭାଷା ପ୍ରୟୋଗ ଉପରେ ଜୋର ଦିଆଯାଇଥିବା କହିଛନ୍ତି ରାଷ୍ଟ୍ରପତି ।

ବିଜ୍ଞାନ ଓ ଅନୁସନ୍ଧାନ ପ୍ରତି ଶିକ୍ଷାର୍ଥୀଙ୍କ ରୁଚି ବଢାଇବା ଶିକ୍ଷକଙ୍କ ଦାୟିତ୍ବ । ଭାରତର ବିଦ୍ୟାଳୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ବଡ ଶିକ୍ଷା ବ୍ୟବସ୍ଥା । ୧୫ ଲକ୍ଷରୁ ଅଧିକ ବିଦ୍ୟାଳୟରେ ପ୍ରାୟ ୯୭ ଲକ୍ଷ ଶିକ୍ଷକ ୨୬ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି । ଶିକ୍ଷକମାନେ ଆମର ଶିକ୍ଷା ବ୍ୟବସ୍ଥାର ପ୍ରାଣ ଶକ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।