ତିସ୍ତା ଶୀତଲବାଡ଼ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ୨୦୦୨ ଗୁଜରାତ ଦଙ୍ଗା ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ସମାଜସେବୀ ତିସ୍ତା ଶୀତଲବାଡ଼ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ବିଦେଶ ଭ୍ରମଣ ଉପରେ ରୋକ ଲଗାଇବା ସହ ଯାଞ୍ଚରେ ସହଯୋଗ କରିବାକୁ ତିସ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାରେ ତିସ୍ତାଙ୍କୁ ଜୁନ ୨୫ରେ ଗିରଫ କରାଯାଇଥିଲା। ଜୁଲାଇ ୩୦ରେ ଅହମ୍ମଦାବାଦର ଏକ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ପରେ ଅଗଷ୍ଟ ୩ରେ ଗୁଜରାତ ହାଇକୋର୍ଟ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ କରିବାରୁ ତିସ୍ତା ସୁପ୍ରିମକୋର୍ଟ ମୁହାଁ ହୋଇଥିଲେ।

ମୁଖ୍ୟ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱାତ୍ୱଧୀନ ଖଣ୍ଡପୀଠ କହିଛନ୍ତି ଯେ, ଉକ୍ତ ମାମଲାରେ ଏମିତି କୌଣସି ଅପରାଧ ନାହିଁ ଯାହା ପାଇଁ ଜାମିନ ଦିଆଯାଇ ପାରିବ ନାହିଁ । ତାହା ବି ଜଣେ ମହିଳାଙ୍କୁ । ତିସ୍ତା ୨ ମାସ ହେବ ଜେଲରେ ଅଛନ୍ତ କିନ୍ତୁ କୌଣସି ଅଭିଯୋଗ ପତ୍ର ଦାୟର ହୋଇନାହିଁ ।