ବଲାଙ୍ଗିର,ଏନ୍ଏନ୍ଏସ୍: ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୁଲ୍ୟରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆସ୍ଥିିତ ବ୍ୟାଡମିଣ୍ଟନ ଇନଡୋର ହଲରେ ୨ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ନିଷ୍ପତ୍ତିକ୍ରମେ ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ଜିଲ୍ଲାରେ ଆରମ୍ଭ ହେଉଛି । ବଲାଙ୍ଗରି ସହରର ପାଟଣାଗଡ଼, କଣ୍ଟାବାଞ୍ଜି, ଲୋଇସିଂହା ଓ ଟିଟିଲାଗଡ଼ ଅଞ୍ଚଳରୁ ୮୦ରୁ ଊର୍ଦ୍ଧ୍ୱ ଖେଳାଳି ଭାଗ ନେଇଛନ୍ତି ।
ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ କହିଛନ୍ତି ଯେ, ଖେଳ ଓ ଖେଳାଳିଙ୍କ ସହିତ ମୁଁ ଦୀର୍ଘ ଦିନରୁ ଯୋଡ଼ିତ ଅଛି । ବିଗତ ଦିନରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିଲେ ମଧ୍ୟ ବଲାଙ୍ଗିର ଖେଳାଳିମାନେ ରାଜ୍ୟସ୍ତରର ବିଭିନ୍ନ ବର୍ଗରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ଆଗାମୀ ଦିନରେ ଖେଳାଳିଙ୍କ ପାଇଁ ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆରେ ନିର୍ମିତ ଇନଡୋର ଷ୍ଟାଡିୟମ ନିଶ୍ଚିତ ଭାବେ ଆଶୀର୍ବାଦ ସଦୃଶ ହେବ । ଏହି ଖେଳ ମୁଁ ଛାତ୍ରବସ୍ଥାରୁ ଖେଳୁଛି ବୋଲି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା କହିଛନ୍ତି । ଆଜି ଅନୁଷ୍ଠିତ ହୋଇଥିବା ଖେଳମାନଙ୍କରେ ବିକ୍ରାନ୍ତ ଜାନୀ, ଆଦିତ୍ୟ ମହାପାତ୍ର, ସ୍ୱସ୍ତିକ ମଟାରି, ବୈଭବ ସାହୁ, ମାନଭଞ୍ଜନ ନାୟକ, ହିମାଂଶୁ ହାତି, ଚିନ୍ମୟ ବେହେରା ପ୍ରମୁଖ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିବା ଜଣାପଡ଼ିଛି ।