ବେଙ୍ଗାଲୁରୁ,ଏଜେନ୍ସି: ଚଳିତ ମାସ ୨୮ ତାରିଖ ଦିନ ଓଡିଶା ଟ୍ରଷ୍ଟ ସର୍ଜାପୁର ଓ ଏସିଟି ମିଳିତ ଆନୁକୂଲ୍ୟରେ ବେଙ୍ଗାଲୁରୁ, ସରଜାପୁର, ଠାରେ ଏକ ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା। ସ୍ୱାସ୍ଥ୍ୟ ହିଁ ସମ୍ପଦ ଭାବଧାରରେ ଉଦବୁଦ୍ଧ ହୋଇ ସମସ୍ତ କାର୍ଯ୍ୟକର୍ତ୍ତା ଦୌଡ଼ର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଊର୍ଦ୍ଧ୍ବ ଓଡ଼ିଆ ଓ ଅଣଓଡ଼ିଆ ଭାଗ ନେଇଥିଲେ । ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପରେ ସମସ୍ତ ପ୍ରତିଯୋଗୀ ମାରାଥନ ଦୌଡ଼ ଆରମ୍ଭ ହୋଇଥିଲା ।
କୁନି କୁନି ପିଲା ମାନଙ୍କ ଠାରୁ ଆରମ୍ଭକରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ଅତ୍ୟନ୍ତ ଉତ୍ସାହରେ ସମସ୍ତ ଦୂରତାକୁ ଶେଷ କରିଥିଲେ । ଓଡିଶା ଟ୍ରଷ୍ଟ ସର୍ଜାପୁର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କ ପାଇଁ ଜଳ, ଫଳ ବିତରଣ କରଯାଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କ ସମେତ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ବୃକ୍ଷଚାରା ପ୍ରଦାନ କରାଯାଇଥିଲା ।
ଅନୁଷ୍ଠାନର ସଭାପତି ଶ୍ରୀ ଜୟ ଚନ୍ଦ୍ର ମୁନିଙ୍କ ସମେତ ସାଇ, ଖୀମରାଜ, ବିଜୟ, ଶିବକୁମାର ଭି, ଶିବକୁମାର କୋନେରୀ, ଦୀନେଶ, ରାକେଶ, ଅମିତ, ନୀତେଶ, ତପନ ଜ୍ୟୋତି, ଜୀବନ ପ୍ରମୁଖ ଅନୁଷ୍ଠାନ ତରଫରୁ ମାରାଥନ ଦୌଡ଼ ସୁଚାରୁ ରୁପେ ସମ୍ପାଦନ କରିଥିଲେ । ଆଗକୁ ମଧ୍ୟ ଏହିଭଳି ସୁନ୍ଦର କାର୍ଯ୍ୟକ୍ରମ ମାନଙ୍କୁ ସଫଳ ଭାବରେ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଅନୁଷ୍ଠାନର ସଦସ୍ୟ ମାନେ ଜଣାଇଛନ୍ତି ।