ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ସହଯୋଗୀ ଗିରଫ

ଗୋଆ: ବିଜେପି ନେତା ତଥା ଅଭିନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଅଗଷ୍ଟ ୨୨ରେ ସୋନାଲିଙ୍କ ସହ ଗୋଆ ପହଞ୍ଚିଥିବା ସହଯୋଗୀ ସୁଧୀର ସାଙ୍ଗବାନ ଓ ସୁଖବିନ୍ଦର ବାସୀ । ସୁଧୀର ସାଙ୍ଗବାନ ସୋନାଲିଙ୍କ ପିଏ ଥିଲେ । ଉଭୟଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବା ପରେ ପୁଲିସ ଅଟକ ରଖିଥିଲା । ପରେ ପଚରାଉଚୁରା କରି ଗିରଫ କରିଥିବା ଜଣାପଡ଼ିଛି ।

ଅନ୍ୟପଟେ ଆଜି ସୋନାଲିଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି । ଶବରେ ଅନେକ ଆଘାତ ରହିଛିଛି । କିନ୍ତୁ ରାସାୟନିକ ବିଶ୍ଳେଷଣ ପର୍ଯ୍ୟନ୍ତ ମୃତ୍ୟୁ କାରଣ ଉପରେ ରାୟ ସୁରକ୍ଷିତ ରଖାଯାଇଛି ।