ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ ସମିତିର ଗଠନ କରିଛନ୍ତି । ସଂସଦୀୟ ବୋର୍ଡରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ହଟାଇ ଦିଆଯାଇଛି । ଏଥିରେ ଅନେକ ନୂଆ ଚେହେରାକୁ ସାମିଲ କରାଯାଇଛି । ବୋର୍ଡରେ ସର୍ବାନନ୍ଦ ସୋନେୱାଲ, ବୀ ଏସ ୟଦୁରପ୍ପା ଓ କେ ଲକ୍ଷ୍ମଣଙ୍କୁ ସ୍ଥାନ ମିଳିଛି ।
ସୂଚନାଯୋଗ୍ୟ, ନିକଟରେ ବିହାରରେ ଜେଡିୟୁ ସହ ବିଜେପି ମହାମେଣ୍ଟ ଭାଙ୍ଗିଛି । ଏଭଳି ସ୍ଥିତିରେ ନୂଆ ବୋର୍ଡ ଗଠନ କରିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।