ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ଏବେ ଭିଭିଆଇପି ସୁରକ୍ଷା ମଧ୍ୟରେ ରହିବେ । କେନ୍ଦ୍ର ସରକାର ଗୌତମ ଅଦାନୀଙ୍କୁ Z କାଟାଗୋରୀର ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା ଏଜେନ୍ସି ଅଦାନୀଙ୍କ ସୁରକ୍ଷା ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲେ। ପରେ ମୋଦୀ ସରକାରୀ ଅଦାନୀଙ୍କୁ Z କାଟାଗୋରୀର ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ଯେଉଁ Z କାଟାଗୋରୀର ସୁରକ୍ଷା ପ୍ରଦାନ କରାଯାଇଛି ସେଥିରେ ସିଆରପିଏଫ୍ କମାଣ୍ଡୋ ରହିବେ । ଅଦାନୀଙ୍କୁ ସମଗ୍ର ଦେଶରେ ସୁରକ୍ଷା ପ୍ରଦାନ କରାଯିବ ଏବଂ ଏହାର ଖର୍ଚ୍ଚ ସେ ନିଜେ ବହନ କରିବେ । କାଟାଗୋରୀର ସୁରକ୍ଷାରେ ମାସକୁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।