ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି କେନ୍ଦ୍ରର ମଞ୍ଜୁଲତା ନାୟକ ସର୍ବଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ସମ୍ମାନିତ ହୋଇଛନ୍ତି । ମଞ୍ଜୁଲତା ନିଷ୍ଠାପର ଭାବେ ଭାଲୁପାଲି ଗ୍ରାମରେ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ବିଭିନ୍ନ ଜନହିତକର ସେବା ଯୋଗାଇ ଦେଇ ଆସୁଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ନିର୍ଭୟରେ ନିଜ ଅଞ୍ଚଳରେ ସାଧାରଣ ଜନତାଙ୍କ ସେବା ତଥା ସଚେତନତା ଉପରେ ସେ ସର୍ବଦା ତତ୍ପର ଥିଲେ । ମଞ୍ଜୁଲତାଙ୍କ ଏହି ନିଃସ୍ୱାର୍ଥ ସେବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।