ଇଡିଲି ବିକ୍ରିକୁ କେନ୍ଦ୍ର କରି ମା’ ସାମ୍ନାରେ ପୁଅକୁ ହତ୍ୟା କଲେ ଦୁର୍ବୃତ୍ତ

ବଲାଙ୍ଗୀର,ଏନ୍‌ଏନ୍‌ଏସ୍‌: ଇଡିଲି ବିକ୍ରିକୁ କେନ୍ଦ୍ର କରି ମା’ ସାମ୍ନାରେ ପୁଅକୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ୨୫ ବର୍ଷୀୟ ସଞ୍ଜୁ ଦୋରା । ଅନ୍ୟପଟେ ଗୁରୁତର ଅବସ୍ଥାରେ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ରିପୋର୍ଟ ମୁତାବକ, ହସ୍ପିଟାଲ କଡ଼ରେ ଇଡିଲି ବିକ୍ରି କରିବାକୁ ଜୟନ୍ତୀ ଦୋରା ଓ ତାଙ୍କ ପୁଅ ସଞ୍ଜୁ ଦୋରା ଭୋର ୫ଟାରେ ଏକ ସ୍କୁଟିରେ ଆସୁଥିଲେ । ଏହି ସମୟରେ ପୂର୍ବରୁ ଜଗି ରହିଥିବା ୨ଣ ଦୁର୍ବୃତ୍ତ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସଞ୍ଜୁର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଅଛନ୍ତି। ଇଡିଲି ବିକ୍ରିକୁ କେନ୍ଦ୍ର କରି ପୂର୍ବରୁ ତାଙ୍କର ଅନ୍ୟମାନଙ୍କ ସହ ବିବାଦ ଥିବାରୁ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ମହିଳା ଜଣକ କହିଛନ୍ତି । ଅନ୍ୟପଟେ ବଲାଙ୍ଗୀର ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।