ଗୁଜରାଟ: ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଆଦମି ପାର୍ଟି ଗୁଜରାଟବାସୀଙ୍କ ସମ୍ମୁଖରେ ଷଷ୍ଠ ପ୍ରତିଶ୍ରୁତି ଉପସ୍ଥାପନ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଜନତାଙ୍କୁ ମାଗଣା ଶିକ୍ଷାର ଗ୍ୟାରେଣ୍ଟି ଦେଇଛନ୍ତି । ଗୁଜରାଟର ଭୁଜରେ ଆୟୋଜିତ ହୋଇଥିବା ବୈଠକରେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି ।
ଅରବିନ୍ଦ କେଜ୍ରିୱାଲ ଘୋଷଣା କରିିଛନ୍ତି ଯେ, ଗୁଜରାଟରେ ଜନ୍ମ ହୋଇଥିବା ସବୁ ପିଲାଙ୍କୁ ମୁଁ ମାଗଣା ଓ ଭଲ ଶିକ୍ଷାର ପ୍ରତିଶ୍ରୁତି ଦେଉଛି । ସରକାରୀ ସ୍କୁଲକୁ ଶାନଦାର କରାଯିବା ସହ ବଡ଼ସ୍ତରରେ ସରକାରୀ ସ୍କୁଲ ଖୋଲାଯିବ। ସମସ୍ତ ବେସରକାରୀ ସ୍କୁଲ ଅଡିଟ କରାଯାଇ ଯେଉଁଠି ଅଧିକ ଫିସ ଆଦାୟ ହେଉଥିବ ତାହା ଫେରସ୍ତ କରାଯିବ । ସ୍କୁଲକୁ ଅଯଥାରେ ଫିସ ବଢ଼ାଇବାକୁ ଦିଆଯିବ ନାହିଁ । ସମସ୍ତ ସ୍କୁଲ ସରାକଙ୍କଠାରୁ ଅନୁମତି ନେବା ପରେ ହିଁ ଫିସ୍ ବଢ଼ାଇବେ । ଖାଲି ଥିବା ଶିକ୍ଷକଙ୍କ ସ୍ଥାନ ପୂରଣ କରାଯିବ । ଏଥିସହିତ ପାଠପଢ଼ା ବ୍ୟତୀତ ଶିକ୍ଷକଙ୍କୁ କୌଣସି ଡ୍ୟୁଟି ଦିଆଯିବ ନାହିଁ ।