really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପରେ ଡାକ୍ତରଖାନା ପରିସରରେ ଥିବା ସମ୍ମିଳନୀ କକ୍ଷରେ “ମୋ ସରକାର ଟିମ୍” ଡାକ୍ତରଖାନା ଓ ଡାକ୍ତରଖାନାର ପରିଚାଳନା, ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ସମ୍ପର୍କରେ ସମୀକ୍ଷା କରିଥିଲେ। ଏତଦବ୍ୟତୀତ ବହୁତଳ ବିଶିଷ୍ଟ ମା ଓ ଶିଶୁ ୱାର୍ଡରେ ଲିଫ୍ଟ ବ୍ୟବସ୍ଥା କରିବା ପାଇଁ ପୁର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚିକିତ୍ସାଳୟମାନଙ୍କରେ ଥିବା ଶୌଚାଳୟଗୁଡ଼ିକର ସଫା ସୁତୁରା ଉପରେ ଗୁରୁତ୍ୱାରୋପ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ୍ ବିଭିନ୍ନ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର,ଷ୍ଟାଫ୍ ପଦବୀ ଅଗ୍ରାଧିକାର ଭିତିରେ ପୂରଣ କରାଯିବ ବୋଲି କହିଥିଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସାରି “ମୋ ସରକାର” ଟିମ୍ ମନୋଜ ମଞ୍ଜରୀ ଶିଶୁଭବନଠାରେ ପହଞ୍ଚିଥିଲେ। ସେଠାରେ ଅନ୍ତେବାସୀଙ୍କ ସହ ଭି. କେ. ପାଣ୍ଡିଆନଙ୍କ ସହିତ ମୋ ସରକାର ଟିମ୍ ତଳେ ବସି ମଧ୍ୟାହ୍ନଭୋଜନ କରିଥିଲେ। ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ପନିର, ଖଟା ଖାଇଥିଲେ। ବିଶେଷକରି ୫ଟି ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ୍ ପିଲାଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଓ ସେମାନଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱାରୋପ କରିଥିବା ନେଇ ଜିଲ୍ଲାପାଳ ଆଶିଷ ଠାକରେ କହିଥିଲେ । ପ୍ରକାଶଯୋଗ୍ୟ, ଏହି ସରକାରୀ ସେଲ୍ଟରରେ ୧୩ ଛୋଟ ପିଲାଙ୍କ ସମେତ ୫୦ ଜଣ ପୁଅ ଓ ୪୯ ଜଣ ଝିଅ ରହିଛନ୍ତି।