Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ପାଲଟିବ ଉତ୍ତର ଓଡ଼ିଶା ଉପକୂଳ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ପାଲଟିବ ଉତ୍ତର ଓଡ଼ିଶା ଉପକୂଳ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ,ଏଜେନ୍ସି: ସମ୍ପ୍ରତି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବା ପରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିବାର ସମ୍ଭାବନା ଅଛି ବୋଲି ଆଜି ସକାଳ ୮ଟା ବେଳେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନ୍‌ରେ ଉଲ୍ଲେଖ କରିଛି।

ଉକ୍ତ ବୁଲେଟିନ୍‌ରେ ଉଲ୍ଲେଖ ଅଛି ଯେ, ଉକ୍ତ ଲଘୁଚାପ କ୍ଷେତ୍ରଟି ଉତ୍ତରପୂର୍ବ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଆରବ ସାଗର ଉପରେ ରହିଛି। ଏହାଫଳରେ ମୌସୁମୀ ବାୟୁ ପ୍ରବାହ ଜୋନ୍‌ ସକ୍ରିୟ ହୋଇ ତା’ର ସ୍ବାଭାବିକ ସ୍ଥାନର ଦକ୍ଷିଣକୁ ରହିଛି। ଆଗାମୀ ୫ ଘଣ୍ଟା ଧରି ମୌସୁମୀ ଜୋନ୍‌ ତା’ର ସ୍ବାଭାବିକ ସ୍ଥାନରେ ଥାଇ ଏପାଖ ସେପାଖ ହେବ। ସେହିପରି, ସ୍ଥଳଭାଗରେ ଥିବା ମୌସୁମୀ ଜୋନ୍‌ ରେଖା ସମ୍ପ୍ରତି ଗୁଜରାଟ ଏବଂ ମହାରାଷ୍ଟ୍ର ଉପକୂଳ ଅନ୍ତର୍ଗତ ସମୁଦ୍ର ଉପରେ ରହିଛି।

ଏହାର ପ୍ରଭାବରେ ଅଗଷ୍ଟ ୧୪ ଓ ୧୫ ତାରିଖରେ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ଅତି ପ୍ରବଳ ବର୍ଷା ହେବାର ଖୁବ୍‌ ସମ୍ଭାବନା ରହିଛି। ଏହାଛଡ଼ା, ଅଗଷ୍ଟ ୧୫ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଅସରା ହେଲେ ମଧ୍ୟ ବୃଷ୍ଟିପାତର ତୀବ୍ରତା ହ୍ରାସ ପାଇବ।

ସେହିପରି, ଅଗଷ୍ଟ ୧୪ ଓ ୧୫ ପୂର୍ବ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ଅତି ପ୍ରବଳ ବର୍ଷା ହୋଇପାରେ। ଏହାଛଡ଼ା, ଅଗଷ୍ଟ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ୍‌, ମଣିପୁର, ମିଜୋରାମ୍‌ ଏବଂ ତ୍ରିପୁରାରେ ମଧ୍ୟ ଉପରୋକ୍ତମତେ ବର୍ଷା ହେବାର ଆଶଙ୍କା ଅଛି।

ଅଗଷ୍ଟ ୧୪ ତାରିଖ ଦିନ ଝାଡ଼ଖଣ୍ଡ, ସିକିମ୍‌ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ଅସରାକୁ ଅସରା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅଗଷ୍ଟ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ କୋଙ୍କଣ ଏବଂ ଗୋଆ, ମଧ୍ୟ ମହାରାଷ୍ଟ୍ର ଓ ପଶ୍ଚିମ ମଧ୍ୟପ୍ରଦେଶରେ ବିଜୁଳି ଘଡ଼ଘଡ଼ି ସହ ତୁହାକୁ ତୁହା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି, ଅଗଷ୍ଟ ୧୪ରୁ ୧୭ ପର୍ଯ୍ୟନ୍ତ ଏବଂ ଗୁଜରାଟ ଅଞ୍ଚଳରେ, ଅଗଷ୍ଟ ୧୪ ଓ ୧୫ରେ ବିଦର୍ଭ, ଅଗଷ୍ଟ ୧୬ ଓ ୧୭ରେ ସୌରାଷ୍ଟ୍ର ଏବଂ କଚ୍‌ରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ଅସରା ହେବାର ସମ୍ଭାବନା ରହିଛି।