ପ୍ରିକସନ ଡୋଜ୍ ଭାବେ ‘କୋର୍ବେଭାକ୍ସ’ ଭ୍ୟାକ୍ସିନକୁ ଅନୁମତି

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ ‘କୋର୍ବେଭାକ୍ସ’କୁ ପ୍ରିକସନ୍ ଡୋଜ୍ ଭାବେ ନେଇପାରିବେ । ଏନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । କୋଭାକ୍ସିନ ଏବଂ କୋଭିସିଲ୍ଡ ନେଇଥିବା ୧୮ ବର୍ଷରୁ ଊର୍‌ଦ୍ଧ୍ୱ ବ୍ୟକ୍ତି ପ୍ରିକସନ ଡୋଜ୍ ଭାବେ ‘କୋର୍ବେଭାକ୍ସ’ ନେଇପାରିବେ ବୋଲି ଜଣାପଡ଼ିଛି । ପ୍ରଥମଥର ପାଇଁ ଭିନ୍ନ ଏକ ଭ୍ୟାକ୍ସିନକୁ ପ୍ରିକସନ ଡୋଜ୍ ଭାବେ ଅନୁମତି ମିଳିଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଭ୍ୟାକ୍ସିନ ଉପରେ ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା ସମୂହ(ଏନଟିଏଜିଆଇ) ୧୮ ବର୍ଷରୁ ଊର୍‌ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ପ୍ରିକସନ୍ ଡୋଜ୍ ଭାବେ ‘କୋର୍ବେଭାକ୍ସ’କୁ ବ୍ୟବହାର କରିବା ଲାଗି ସୁପାରିସ କରିଥିଲେ । ଅନ୍ୟପଟେ ହାଇଦ୍ରାବାଦସ୍ଥିତ ଫାର୍ମାସିଟ୍ୟୁକଲ ଏବଂ ଭ୍ୟାକ୍ସିନ କମ୍ପାନୀ ବାୟୋଲୋଜିକାଲ ଇ ଲିମିଟେଡ ‘କୋର୍ବେଭାକ୍ସ’କୁ ସୁପାରିଶର ୬ ମାସ ପରେ ଡିସିଜିଆଇ ମଞ୍ଜୁର କରିଥିବା ନେଇ ଜୁନ ୬ରେ ଘୋଷଣା କରିଥିଲା ।