ବିହାରରେ ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପି ଏବଂ ଜେଡିୟୁ ମେଣ୍ଟ ଭାଙ୍ଗି ଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ନିଜ ପଦରୁ ଇସ୍ତଫା ଦେବେ । ନୀତିଶ କୁମାରଙ୍କ ଘରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଉ ଏବେ ବିହାରରେ ଜେଡିୟୁ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡି ମିଶି ସରକାର ଗଢ଼ିବେ ବୋଲି ସୂଚନା ମିଳିଛି । ପୂର୍ବରୁ ନୀତିଶ ଓ ତେଜସ୍ୱୀଙ୍କ ମହାମେଣ୍ଟ ସରକାରକୁ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି ।

ସୂତ୍ର ମୁତାବକ, ନୀତିଶଙ୍କ ଘରେ ହୋଇଥିବା ଜେଡିୟୁ ବୈଠକରେ ସମସ୍ତ ସାଂସଦ ଓ ବିଧାୟକ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଏଥିସହିତ ନୀତିଶଙ୍କ ସମସ୍ତ ଫଇସଲାରେ ସେମାନେ ସହିତ ରହିବେ ବୋଲି କହିଛନ୍ତି ।