ନ୍ୟାସନାଲ ହେରାଲ୍ଡସ୍ଥିତ ୟଙ୍ଗ ଇଣ୍ଡିଆ ଅଫିସ ସିଲ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ନ୍ୟାସନାଲ ହେରାଲ୍ଡସ୍ଥିତ ୟଙ୍ଗ ଇଣ୍ଡିଆ ଅଫିସକୁ ଇଡି ସିଲ୍ କରିଦେଇଛି । ଗତକାଲିଠାରୁ ଇଡି ଏହି ଅଫିସ ଉପରେ ଚଢ଼ଉ ଜାରି ରଖିଥିଲା ଏବଂ ଆଜି ସିଲ୍ କରିଥିବା ଜଣାପଡ଼ିଛି ।
ଇଡି ଗତକାଲି ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ହେରାଲ୍ଡ ହାଉସ ସହ ୧୨ଟି ଜାଗାରେ ଚଢ଼ଉ କରିଥିଲା । ଉକ୍ତ ମାମଲାରେ ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇଛି ।

ଏଜେଏଲ ଅଧିଗ୍ରହଣରେ ୯୦ କୋଟି ଟଙ୍କାର ଋଣ କଥା କାହିଁକି ଉଲ୍ଲେଖ କରାଯାଇନାହିଁ ବୋଲି ସୋନିଆଙ୍କୁ ଇଡି ପଚରିଥିଲା । ଏହାର ଜବାବରେ ଏସମ୍ବନ୍ଧରେ ତାଙ୍କୁ ନୁହେଁ ବରଂ ମୋତିଲାଲ ବୋରାଙ୍କୁ ଜଣାଥିଲା ବୋଲି ସୋନିଆ ଗାନ୍ଧୀ କହିଥିଲେ ।