ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ: ମଙ୍କିପକ୍ସ ଯୋଗୁ ଭାରତରେ ଜଣଙ୍କର ମୃତ୍ୟୁ ଘଟିଛି । ସମ୍ପୃକ୍ତ ମୃତକଙ୍କ ନମୁନା ଏଲେପ୍ପୀ ଏନଆଇବୀରେ ଟେଷ୍ଟ କରାଯାଇଥିଲା ଏବଂ ପରେ ପୁଣେ ବାୟରୋଲୋଜୀ ସଂସ୍ଥା ପଠାଯାଇଥିଲା । ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ସୂଚନା ଦେଇଛନ୍ତି ।

ଜୁଲାଇ ୨୬ରେ ମୃତକଙ୍କଠାରେ ଲକ୍ଷଣ ଦେଖା ଦେଇଥିଲା । ପରେ ତାଙ୍କୁ ରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କଠାରେ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖା ଦେଇଥିଲା । ମୃତକଙ୍କ ସଂସ୍ପର୍ଶରେ ୨୦ଜଣ ଆସିଥିଲେ। ସେଥିମଧ୍ୟରେ ପରିବାର, ସାଙ୍ଗ ଓ ଫୁଟବଲ ମ୍ୟାଚ ସମୟରେ ସ୍ଥାନୀୟ ଟିମର ସାଥୀ ସାମିଲ ରହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଭାରତୀୟ ସୁବେ କେରଳରେ ଜୁଲାଇ ୩୦ରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ନମୁନା ପରୀକ୍ଷଣ କରାଯିବା ପରେ ମଙ୍କିପକ୍ସ ଚିହ୍ନଟ ହୋଇଥିଲା । ନିକଟରେ ସମ୍ପୃକ୍ତ ଯୁବକ ୟୁଏଇରୁ ଫେରିଥିଲେ ।