କମନୱେଲ୍‌ଥ ଗେମ୍ସ-୨୦୨୨ ତୃତୀୟ ଦିବସ: ସାଇକେଲିଂ ଫାଇନାଲରେ ବିଷଭଜିତ, ବଢିଲା ପଦକ ଆଶା

ବର୍ମିଂହାମ(ଇଂଲଣ୍ଡ),ଏଜେନ୍ସି: ଚଳିତ କମନୱେଲ୍‌ଥ ଗେମ୍ସରେ ୨୦୨୨ ଭାରତୀୟ ପ୍ରୋତିଯୋଗୀଙ୍କ ବିଜୟୀ ପ୍ରଦର୍ଶନ ଜାରି । ବଢିଲା ଭାରତର ଆଉ ଏକ ପଦକ ଆଶା । ବର୍ତ୍ତମାନ ସୁଦ୍ଧା ଦେଶକୁ ୫ଟି ପଦକ ମିଳିସାରି ଥିବାବେଳେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହି ସାଇକେଲିଂ ଇଭେଣ୍ଟରେ ଫାଇନାଲରେ ପହଞ୍ଚିଛନ୍ତି ଭାରତର ବିଷଭଜିତ ସିଂ । ପୁରୁଷ ୧୫ କିଲୋମିଟର ସ୍କ୍ରାଚ ରେସରେ ବିଷଭଜିତ ଏହି ବିଜୟଲାଭ କରିଛନ୍ତି ।

ଆଜି ରବିବାର ରାତି ୧୧ଟା ୧୨ ମିନିଟରେ(ଭାରତୀୟ ସମୟ) ଖେଳାଯିବ ଏହି ଇଭେଣ୍ଟର ଫାଇନାଲ ମ୍ୟାଚ୍‌ । ଇଂଲଣ୍ଡର ବର୍ମିଂହାମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ତୃତୀୟ ଦିନ ସୁଦ୍ଧା ଭାରତ ପାଇଛି ୫ଟି ପଦକ । ଭାରୋତ୍ତଳନରେ ମୀରାବାଈ ଚାନୁ ଏବଂ ଜେରେମି ଲାଲରିନୁଙ୍ଗା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଜିତିଛନ୍ତି । ସେହିପରି ସଙ୍କେତ ସରଗର ଏବଂ ବିଦ୍ୟାରାଣୀ ଦେବୀ ରୌପ୍ୟ ଜିତି ଥିବାବେଳେ ଗୁରୁରାଜା ପୂଜାରୀ କାଂସ୍ୟ ଆଣିଥିଲେ ।