ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ଗଲେ ଜିଲ୍ଲାର ୧୫୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ

ନବରଙ୍ଗପୁର,ଏନଏନ୍ଏସ୍‌: ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲାରୁ ୧୫୧ ଜଣ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭୁବନେଶ୍ଵର ଗସ୍ତ କରିଛନ୍ତି। ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଏନେଇ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସହ ଶିକ୍ଷା ଅଧିକାରି ବିଶ୍ଵନାଥ ସାହୁ ପ୍ରମୁଖ ଅଂଶଗ୍ରହଣ କରି ବିଦାୟ ଦେଇଛନ୍ତି। ୪ଟି ବସ୍‌ ଯୋଗେ ୧୫୧ ଜଣ ନୂତନ ଶିକ୍ଷକ, ଶିକ୍ଷୟିତ୍ରୀ ଯାଇଛନ୍ତି।

୫ ଜଣ ଶିକ୍ଷୟିତ୍ରୀଙ୍କ ପାଇଁ ୨ ଜଣ ଗାଇଡ ଶିକ୍ଷୟିତ୍ରୀ ଓ ୧୦୧ଜଣ ଶିକ୍ଷକଙ୍କ ପାଇଁ ୬ ଜଣ ଗାଇଡ ଶିକ୍ଷକ ବସରେ ଯାଇଛନ୍ତି ବୋଲି ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସୂଚନା ଦେବା ସହ ନିଜେ ମଧ୍ୟ ଯାଇଛନ୍ତି। ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟରେ ୨୮୧ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା। ସେଥିମଧ୍ୟରୁ ୧୬୫ ଜଣଙ୍କୁ ଆଲଟ କରାଯାଇଛି। ୧୨ ଜଣ ଅନୁପସ୍ଥିତ ରହିବା ସହ ୨ ଜଣ ରିଜେକ୍ଟ ହୋଇଥିଲେ। ୧୫୧ଜଣଙ୍କୁ ନିଯୁକ୍ତି ମିଳିଛି। କଳାରେ ୬୭ଜଣ, ବିଜ୍ଞାନରେ ୩୮ଜଣ ହିନ୍ଦୀରେ ୭ ଜଣ, ସଂସ୍କୃତରେ ୨ଜଣ ନିଯୁକ୍ତି ପାଇଛନ୍ତି।