ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ୯୧ତମ ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମନ କି ବାତର ୯୧ତମ ରେଡିଓ କାର୍ଯ୍ୟକ୍ରମ ବହୁତ ସ୍ବତନ୍ତ୍ର କାରଣ ଏଥର ସ୍ବାଧୀନତା ଦିବସ ତାର ୭୫ ବର୍ଷ ପୂରଣ କରିବ । ଆମେ ସମସ୍ତ ବହୁତ ଅଦ୍ଭୂତ ଓ ଐତିହାସିକ ସମୟର ସାକ୍ଷୀ ହେବାକୁ ଯାଉଛୁ । ଆଜାଦୀ କା ଅମୃତ ମହୋତ୍ସବ ଜନ ଆନ୍ଦୋଳନର ରୂପ ନେଉଛି । ସମାଜର ସବୁ ବର୍ଗର ଲୋକ ଅଲଗା ଅଲଗା କାର୍ଯ୍ୟକ୍ରମରେ ଭାଗ ନେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ଉଦ୍ଧମ ସିଂଙ୍କୁ ସ୍ମରଣ କରି ତାଙ୍କ ବଳିଦାନକୁ ବିଷୟରେ କହିଛନ୍ତି ପିଏମ ମୋଦି । ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଅଗଷ୍ଟ ୧୩ରୁ ୧୫ ହର ଘର ତ୍ରିରଙ୍ଗା ଅଭିଯାନ ଜାରି ହେବ । ତ୍ରିରଙ୍ଗା ଆମକୁ ଯୋଡିଥାଏ ଦେଶ ପାଇଁ କିଛି କରିବାକୁ ଶକ୍ତି ଯୋଗାଏ । ଏହି ଅଭିଯାନରେ ଅଂଶଗ୍ରହଣ କରି ଘରେ ଜାତୀୟ ପତାକା ଉଡାଇବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ ଆହୁରି କହିଛନ୍ତି, ୨ ଅଗଷ୍ଟରୁ ୧୫ ଅଗଷ୍ଟ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିବାକୁ କହିଛନ୍ତି । ଅଗଷ୍ଟ ୨ ପିଙ୍ଗଳି ଭେଙ୍କେୟାଙ୍କ ଜନ୍ମ ବାର୍ଷିକୀ ଯିଏକି ତ୍ରିରଙ୍ଗା ପତାକା ପ୍ରସ୍ତୁତ କରିଥିଲେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇନ୍ତି ପ୍ରଧାନମନ୍ତ୍ରୀ । ଜୁଲାଇରେ ହୋଇଥିବା ଏକ ରୋଚକ ପ୍ରୟାସ ଆଜାଦୀ କା ରେଳଗାଡି ଓ ରେଲୱେ ଷ୍ଟେସନ ବିଷୟରେ କହି ପିଏମ ମୋଦି କହିଛନ୍ତି, ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ ସ୍ବାଧୀନତା ସଂଗ୍ରାମରେ ଭାରତୀୟ ରେଳର ଭୂମିକା ବିଷୟରେ ଲୋକ ଜାଣନ୍ତୁ । ଦେଶରେ ଅନେକ ରେଳ ଷ୍ଟେସନ ଅଛି ଯାହା ସ୍ବାଧୀନତା ଆନ୍ଦୋଳନ ଇତିହାସ ସହ ଜଡିତ ।
ଝାଡଖଣ୍ଡର ଗୋମୋ ଜନସନକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନସନ ନାମରେ ଲୋକ ଜାଣୁଛନ୍ତି କାରଣ ଏହି ଷ୍ଟେସନରୁ ନେତାଜୀ ବ୍ରିଟିଶଙ୍କୁ ଚକମା ଦେବାରେ ସଫଳ ହୋଇଥିଲେ । ତେଣୁ ସ୍ବାଧୀନତାରେ ରେଳର ଭୂମିକା ରହିଛି । ଲକ୍ଷ୍ନୌର କାକୋରି ରେଳ ଷ୍ଟେସନ ବିଷୟରେ ମଧ୍ୟ କହିଛନ୍ତି । ଏହି ଷ୍ଟେସନ ସହ ରାମପ୍ରସାଦ ବିସମିଲ ଓ ଅସଫାଖ ଉଲ୍ଲା ଖାନଙ୍କ ଭଳି ସାହାସୀ ଯୋଦ୍ଧାଙ୍କ ନାମ ଯୋଡି ହୋଇଛି । ଏହି ଷ୍ଟେସନରୁ ଇଂରେଜଙ୍କୁ କ୍ରାନ୍ତିକାରୀମାନେ ପରାକ୍ରମ ଦେଖାଇଥିଲେ । ଦେଶର ୭୫ ରେଳ ଷ୍ଟେସନରେ ସ୍ବାଧୀନତାର ଗାଥା ରହିଥିବା କହିଛନ୍ତି ପିଏମ ମୋଦି ।