କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କର୍ଲାମୁଣ୍ଡା ବ୍ଲକ୍ ବୋରପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ କଳାହାଣ୍ଡି, ସ୍ୱେଚ୍ଛାସେବୀ ସଂଗଠନ ସାଇଟସେଭର ଏବଂ ଲେପ୍ରା ସୋସାଇଟି ମିଳିତ ସହଯୋଗରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ନେଇ ଆଜି ଏକ ଆଲୋଚନା ଚକ୍ର ଏବଂ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ୫୨ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୫ ଜଣଙ୍କୁ ଚଷମା ପ୍ରଦାନ କରିବା ସହ ୫ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ପରାମର୍ଶ ଦିଆଯାଇଥିଲା। ଲେପ୍ରା ସୋସାଇଟି ଦ୍ୱାରା ଚକ୍ଷୁ ପରୀକ୍ଷା ଏବଂ ଚଷମା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଯୋଜନା ଏବଂ ଭିନ୍ନକ୍ଷମ ଅଧିନିୟମ ୨୦୧୬ ବିଷୟରେ ବିଷଦ ଆଲୋଚନା ହୋଇଥିଲା। ୨୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ୟୁଡିଆଇଡି ସାର୍ଟିଫିକେଟ ପାଇଁ ମେଡିକାଲ ବୋର୍ଡ ନିକଟକୁ ଯିବାପାଇଁ ପରାମର୍ଶ ଦିଆଯାଇଛି। ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ନେଇ ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ, ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିବାହ ପ୍ରୋତ୍ସାହନ ରାଶି ମଞ୍ଜୁର, ବାଣୀଶ୍ରୀ ବୃତ୍ତି, ବିବିଏସ୍ଏ ବୃତ୍ତି ଭଳି ଯୋଜନା ବିଷୟରେ ଆଲୋଚନା ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବୋରପଦର ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀ ସୁବାସ ସାହୁ, ଜିଲ୍ଲା ପରିଷଦ ସଭ୍ୟ ତାହା କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ସଭାପତି ଶ୍ରୀ ସୁରେଶ ଚୌଧୁରୀ ସାଇଟସେଭର ପ୍ରିୟବ୍ରତ ପାଢ଼ୀ, କରିସ୍ମା ଦେବୀ, ଲେପ୍ରା ସୋସାଇଟି- ଆକାଶ କୁମାର ସିଂ, ମନୋଜ କୁମାର ପରିଡା, କିନୁ ଚରଣ ଭର୍ତ୍ତିଆ, ପିଇଓ ବୋରପଦର- ପରମାନନ୍ଦ ମାଝୀ, ଜିଆର୍ଏସ୍-କ୍ଷମାନିଧି ସାହୁ, ସେଲସମ୍ୟାନ୍- ବିକ୍ରମ ସାହୁ, ଦିବ୍ୟାଙ୍ଗ ମଞ୍ଚ କୋଷାଧ୍ୟକ୍ଷ ରୋମାଞ୍ଚଳ ସାହୁ ଉପସ୍ଥିତ ଥିଲେ।