Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଯାଜପୁର ଜିଲ୍ଲା ଲୁହା ଉତ୍ପାଦନରେ ଦେଶର ନେତୃତ୍ୱ ନେବ: ଧମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଯାଜପୁର ଜିଲ୍ଲା ଲୁହା ଉତ୍ପାଦନରେ ଦେଶର ନେତୃତ୍ୱ ନେବ: ଧମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗମୀ ୧୦ ବର୍ଷ ଭିତରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ୩୦ ମିଲିଅନ ମେଟ୍ରକ ଟନ ଲୁହା ଉତ୍ପାଦନ ସହ ଭାରତରେ ୧ନମ୍ବର ସ୍ଥାନରେ ରହିବ। ଯାଜପୁର ଜିଲ୍ଲା ହାଣ୍ଡବଲ ଆସୋସିଏସନର ରୌପ୍ୟ ଜୟନ୍ତୀ ଅବସରରେ ଛତିଆ ଠାରେ ଆୟୋଜିତ ଜାତୀୟ ସ୍ତରର ହାଣ୍ଡବଲ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗଦେଇ ଏକଥା କହିଛନ୍ତି ଧମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ବାରତରେ ପ୍ରତିବର୍ଷ ପ୍ରାୟ ଦେଢ଼ ଶହ ମିଲିଅନ ମେଟ୍ରିକ ଟନ ଲୁହା ଉତ୍ପାଦନ ହେଉଛି। ଯାଜପୁରର କଳିଙ୍ଗନଗରରେ ଥିବା ବିଭିନ୍ନ ଇସ୍ପାତ ପ୍ରକଳ୍ପ ଦେଶର ମୋଟ ଇସ୍ପାତ ଉତ୍ପାଦନର ଏକ ବଡ ଭାଗ ଉତ୍ପାଦନ କରୁଛନ୍ତି।ଆଗାମୀ ୧୦ ବର୍ଷ ମଧ୍ୟରେ ଭାରତରେ ୩ଶହ ମିଲିୟନ ମେଟ୍ରିକ ଟନ୍ ଲୁହା ଉତ୍ପାଦନ ହେବ। କଳିଙ୍ଗନଗର ଏଥିମଧ୍ୟରୁ ୩୦ ମିଲିଅନ ମେଟ୍ରିକ ଟନ ଲୁହା ଉତ୍ପାଦନ ସହ ୧ନମ୍ବର ସ୍ଥାନରେ ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ।

ଇସ୍ପାତ କ୍ଷେତ୍ରରେ ଅଭିବୃଦ୍ଧି ପାଇବା ସହଏହି ଅଞ୍ଚଳରେ ଆନୁସଙ୍ଗିକ ଶିଳ୍ପ ମଧ୍ୟ ବୃଦ୍ଧି ପାଇବ। ସ୍ଥାନୀୟ ବ୍ୟବସାୟ ସହ ଓଡିଶାର ଅର୍ଥନୀତି ତଥା ରାଜସ୍ୱ ମଧ୍ୟ ଏହା ଦ୍ୱାରା ବୃଦ୍ଧି ପାଇବ। ଭାରତରେ ଅନେକ ପ୍ରଧାନମନ୍ତ୍ରୀ କ୍ଷମତା ଆରୋହଣ କରିଛନ୍ତି। କିନ୍ତୁ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କର ପ୍ରାଥମିକତାରେ ପୂର୍ବ ଭାରତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଯାଜପୁର ଜିଲ୍ଲା ହାଣ୍ଡବଲ ଆସୋସିଏସନର ରୌପ୍ୟ ଜୟନ୍ତୀ ଅବସରରେ ଛତିଆ ଠାରେ ଆୟୋଜିତ ଜାତୀୟ ସ୍ତରର ହାଣ୍ଡବଲ ପ୍ରତିଯୋଗୀତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୦ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ ମୋଟ ୧୨ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଆଜି ଟୁର୍ଣ୍ଣାମେଂଟର ଉଦ୍ଯାପନୀ ସମାରୋହ ଥିଲା । ଛତିଆ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବା ପରେ ଏକ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ହାଡ଼ିଦାସ ମହାବିଦ୍ୟା ପଡ଼ିଆ ଠାରେ ସଭାସ୍ଥଳକୁ ଯାଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନ କୃତୀ ଖେଳାଳୀମାନଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ ।