୬ ଘଣ୍ଟା ଜେରା ପରେ ଇଡି ଅଫିସରୁ ବାହାରିଲେ ସୋନିଆ

ନୂଆଦିଲ୍ଲୀ: ନ୍ୟୁଜ ପେପର ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଇଡ଼ି ଆଜି ପାଖାପାଖି ୬ ଘଣ୍ଟା ଜେରା କରିଛି । ଇଡ଼ି ସୋନିଆଙ୍କୁ କାଲି ମଧ୍ୟ ଜେରା କରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପାଖାପାଖି ସକାଳ ୧୧ଟାରେ ଇଡି ଅଫିସରେ ପହଞ୍ଚିଥିଲେ । ପରେ ପାଖାପାଖି ଅଧା ଘଣ୍ଟା ଖାଇବା ପାଇଁ ବାହାରିଥିଲେ ଏବଂ ପୁଣିଥରେ ସାଢ଼େ ୩ଟାରେ ଇଡି ଅଫିସରେ ହାଜର ହୋଇଥିଲେ । ଏହି ସମୟରେ ଇଡି ଅଫିସର ଅନ୍ୟ ଏକ ରୁମରେ ପ୍ରିୟଙ୍କା ମହଜୁଦ ଥିଲେ । ଉକ୍ତ ଘଟଣାରେ ରାହୁଲଙ୍କୁ ପାଖାପାଖି ୫୦ ଘଣ୍ଟା ପାଇଁ ଜେରା କରାଯାଇଥିଲା ।