ନୂଆଦିଲ୍ଲୀ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି । ପୀଏମ ମୋଦୀ କହିଛନ୍ତି ଯେ, ଭାରତ ସ୍ଥାପିତ ଲୋକତାନ୍ତ୍ରିକ ସାଧନ ମାଧ୍ୟମରେ ସ୍ଥିରତା ଓ ଆର୍ଥିକ ସୁଧାର ଲାଗି ଶ୍ରୀଲଙ୍କାବାସୀଙ୍କ ସମର୍ଥନ କରିବ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରପତି ବିକ୍ରମସିଂଘେ ସହ ମିଶି କାମ କରିବା ଉତ୍ସୁକ ରହିଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟକୁ ନେଇ ଜୋରଦାର ବିରୋଧ ହୋଇଥିଲା । ଏହାପୂର୍ବରୁ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେଇଥିଲେ । ପରେ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ରୂପେ ଚୟନ କରାଯାଇଥିଲା ।