ଅମରନାଥ ଗୁମ୍ଫା ପାଖରେ ପୁଣି ଆସିଲା ବନ୍ୟା

ଉତ୍ତରାଖଣ୍ଡ: ଅମରନାଥ ଗୁମ୍ଫା ପାଖରେ ଲଗାଣ ବର୍ଷା ପରେ ପୁଣିଥରେ ବନ୍ୟା ଆସିଛି । ଆଜି ଅପରାହ୍ନ ପାଖାପାଖି ୩ଟାରେ ଜଳାଶୟ ଓ ଆଖପାଖ ଝରଣାରେ ବନ୍ୟା ହୋଇଥିବା ଜଣାପଡ଼ିଛି । ସେଥିପାଇଁ ତତ୍କାଳ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪ ହଜାର ତୀର୍ଥଯାତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ଏଥିସହିତ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ଜୁଲାଇ ୮ରେ ଅମରନାଥ ଗୁମ୍ଫା ପାଖରେ ଆକାଶ ଫଟା ବର୍ଷା ହୋଇଥିଲା । ଉକ୍ତ ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୦ରୁ ଅଧିକ ଆହତ ହୋଇଥିଲେ ।