ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସୀ ଜିନପିଙ୍ଗ ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି । ଜିନପିଙ୍ଗ ଶୁଭକାମନା ଜଣାଇବାକୁ ଯାଇ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ରାଜନୈତିକ ବିଶ୍ୱାସ ବଢ଼ାଇବା ସହ ମତଭେଦ ଦୂର କରିବା ଦିଗରେ ମିଶିକି କାମ କରିବା ପାଇଁ ପ୍ରସ୍ତୁତ ଅଛୁ । ଚୀନ ଓ ଭାରତ ପରସ୍ପରର ମହତ୍ତ୍ୱପୂର୍ଣ୍ଣ ପଡ଼ୋଶୀ । ଉଭୟ ଦେଶ ମିଶି ବିକାଶ ଦିଗରେ କାର୍ଯ୍ୟ କରିବା ନିହାତି ଜରୁରୀ । ଚୀନ-ଭାରତ ମଧ୍ୟରେ ଦୃଢ଼ ସମ୍ବନ୍ଧ ଉଭୟ ଦେଶର ନାଗରିକଙ୍କ ମୂଳଭୂତ ହିତ ସହ ସମଗ୍ର ବିଶ୍ୱରେ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ଅନୁକୂଳ ଓ ଜରୁରୀ ।