ପୁଣେରେ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ

 ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଇଂଦାପୁର ତାଲୁକାସ୍ଥିତ କଦମବାଡ଼ୀରେ ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉକ୍ତ ଘଟଣାରେ ମହିଳା ପାୟଲଟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । କିନ୍ତୁ ବିମାନର ଅନେକ କ୍ଷତି ଘଟିଛି ।

ସୂଚନାଯୋଗ୍ୟ, ଉକ୍ତ ବିମାନ ଆଜି ସକାଳେ ବାରାମତୀରୁ ଉଡ଼ାଣ ଭରିଥିଲା । ଇତିମଧ୍ୟରେ ଇଂଦାପୁର ତାଲୁକାର କଦମବାଡ଼ୀ ପହଞ୍ଚିବା ମାତ୍ରକେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି ।