ଭିକି ଓ କ୍ୟାଟ୍ରିନାଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଛି । ଏନେଇ ଭିିକି ମୁମ୍ବାଇର ସାନ୍ତାକ୍ରୁଜ ପୁଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି । ଏହାପରେ ପୁଲିସ ଆଦିତ୍ୟ ରାଜପୁତ ନାମକ ଜଣେ ବ୍ୟକ୍ତି ନାଁରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ଜରିଆରେ ତାଙ୍କୁ ଓ ପତ୍ନୀ କ୍ୟାଟ୍ରିନାଙ୍କୁ ହତ୍ୟା ଧମକ ଦେଉଥିବା ଭିକି ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଭିକି କୌଶଲ ଓ କ୍ୟାଟ୍ରିନା କୈଫ ଗତ ଡିସେମ୍ବର ୯ରେ ବିବାହ କରିଥିଲେ । ନିକଟରେ ଉଭୟ ତାରକା କ୍ୟାଟ୍ରିନାଙ୍କ ଜନ୍ମଦିନ ପାଳିବା ପାଇଁ ବନ୍ଧୁଙ୍କ ସହ ମାଲଦ୍ୱୀପ ଯାଇଥିଲେ ।