ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଶ୍ରୀନଗର,ଏଜେନ୍ସି: ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁ ଆଜି (ରବିବାର) ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକ୍‌ ଅଧିକୃତ କାଶ୍ମୀର ନେଇ ଭାରତ ସଂସଦରେ ପ୍ରସ୍ତାବ ପାରିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ପାକ୍‌ ଅଧିକୃତ କାଶ୍ମୀର ଭାରତର ଥିଲା ଅଛି ଓ ରହିବ । ଏହା କିପରି ହୋଇପାରିବ ଶିବ ସ୍ବରୂପ ବାବା ଅମରନାଥ ଏବଂ ମା’ ଶାରଦା ଶକ୍ତି ସ୍ବରୁପା ଏଲଓସିରେ ଆମ ପାଖରେ (ଏଲ୍‌ଓସି) । ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଜନାଥ ଆହୁରି କହିଛନ୍ତି, “ଦେଶର ସୁରକ୍ଷା ପାଇଁ ଜୀବନ ଦେଇଥିବା ସମସ୍ତଙ୍କୁ ଦେଶ ମନେ ରଖିବ । ଆମ ସେନା ଦେଶ ପାଇଁ ସବୁବେଳେ ଏହି ଶ୍ରେଷ୍ଠ ବଳିଦାନ ଦେଇଛନ୍ତି । ଅନେକ ସାହାସୀ ସୈନିକ ୧୯୯୯ ଯୁଦ୍ଧରେ ଜୀବନ ଦେଇଥିଲେ । ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି ।”

୧୯୬୨ରେ ଚୀନ ଆମ ପିଏମ ପଣ୍ଡିତ ନେହେରୁଙ୍କ ସହ ଲଦାଖରେ ଆମ ସ୍ଥାନ ଅକ୍ତିଆର କରିଥିଲା । ମୁଁ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଉନାହିଁ । ଉଦ୍ଦେଶ୍ୟ ଭଲ ହୋଇପାରେ କିନ୍ତୁ କିଛି ପଲିସି ଲାଗୁ ହୋଇନଥିଲା ।” ଭାରତ ବର୍ତ୍ତମାନ ବିଶ୍ବରେ ଶକ୍ତିଶାଳୀ ଦେଶ ହୋଇଛି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ର ରାଜନାଥ ସିଂ ।