ଚେନ୍ନାଇ,ଏଜେନ୍ସି: ଭାରତ-ଜାପାନ ନୌସେନା ମଧ୍ୟରେ ଏକ ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇଛି। ଆଜି (ଶନିବାର) ଆଣ୍ଡାମାନ ସାଗରରେ ଭାରତୀୟ ନୌସେନା ଓ ଜାପାନ ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟରେ ଏହି ମିଳିତ ସମରାଭ୍ୟାସ ଶେଷ ହୋଇଛି। ଦୁଇ ନୌସେନା ପକ୍ଷରୁ ଦୁଇଟି ଲଢୁଆ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା।
ଭାରତୀୟ ନୌସେନାର ଭେସେଲ୍ସ ବର୍ଗର ଯୁଦ୍ଧ ଜାହାଜ ଆଇଏନସ ସୁକନ୍ୟା ଅଂଶଗ୍ରହଣ କରିଥିବା ବେଳେ ଜାପାନ ନୌସେନା ପକ୍ଷରୁ ଜେଏସ ସାମିଦାରେ ନାମକ ଏକ ଡେଷ୍ଟ୍ରେୟର ଶ୍ରେଣୀର ଯୁଦ୍ଧ ଜାହାଜ ବ୍ୟବହୃତ ହୋଇଥିଲା। ଉଭୟ ଦେଶର ନୌସୈନିକ ଯୁଦ୍ଧ କୌଶଳ ସହ ମିଳିତ ରଣନୀତି ମଧ୍ୟ ପ୍ରଦର୍ଶନ କରିଥିଲେ।