ଘସିଏନ ଠାରେ ମମତା ଏଚ୍‌ଆଇଏମ୍‌ସି ତରଫରୁ ଏକ ଦିବସୀୟ ତାଲିମ ଶିବିର

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଘସିଏନ ସ୍ଥିତ ପଞ୍ଚାୟତ ଅଫିସରେ ମମତା ଏଚ୍‌ଆଇଏମ୍‌ସି ବଲାଙ୍ଗିର ଆନୁକୂଲ୍ୟରେ ଅଙ୍ଗନବାଡି କର୍ମ୍ମୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଫ୍ଟସ୍କିଲ ଓ ଅର୍ଥନୈତିକ ଅଭିବୃଦ୍ଧି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ମମତା ସଂସ୍ଥାର ଜିଲ୍ଲା ସଂଯୋଜକ ଶ୍ରୀ ବୋଞ୍ଜାମିନ ନାୟକ ସହିତ ସୁପରଭାଇଜର ବିଦ୍ୟୁତ୍ ପ୍ରଭା ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପାଟଣାଗଡ଼ ମମତା ପରିବାର ପକ୍ଷରୁ ବ୍ଲକ୍‌ ସୁପର ଭାଇଜର ସୁରେଶ ଚନ୍ଦ୍ର ପଶାୟତ, କାର୍ଯ୍ୟକର୍ତ୍ତା ପବିତ୍ର ମୋହନ ରଣା ଅଗାଧୁ ବେହେରା ଲତା ହରିପାଲ ଓ ସୁନିତା ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତାଲିମ ଶିବିରରେ ବହୁ ଅଙ୍ଗନବାଡି କର୍ମ୍ମୀ ଅଂଶ ଗ୍ରହଣ କରିଥିଲେ।