ଗାଁ’ ଜଙ୍ଗଲରୁ କାଠ ଚୋରା ଚାଲାଣ: ପିକ୍‌ଅପ୍‌ ସମେତ ୨ଙ୍କୁ ଧରିଲେ ଗ୍ରାମବାସୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସୁଗୁଡା ଗ୍ରାମ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରୁ ଚୋରା କାଠ ଚାଲାଣ ବେଳେ ଗ୍ରାମବାସୀଙ୍କୁ ଦ୍ୱାରା ୨ ଜଣ ଯୁବକ ସମେତ ଏକ ପିକ୍‌ଅପ୍‌କି ଅଟକ ରଖାଯିବା ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଏକ ପିକ୍‌ଅପ୍‌ ଭ୍ୟାନ ଯୋଗେ ସୁଗୁଡା ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ଭାବେ କାଠ ଚାଲାଣ ହେଉଥିବା ସୂଚନା ପାଇ ଗ୍ରାମବାସୀମାନେ କାଠ ବୋଝେଇ ପିକଅପ ସହ ସେଥିରେ ଥିବା ଗାଡି ମାଲିକ ଆନ୍ଥନୀ ମିଞ୍ଜ ଓ ଚାଳକ ସୌରଭ ଲାକ୍ରାକୁ ଅଟକ ରଖି ବନ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ଆନ୍ଥନୀ ଓ ଓ ସୌରଭକୁ ଗିରଫ କରିବା ସହ କାଠ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି।