ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଗତ କିଛିଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୁରା ସ୍ଥିତିକୁ ନେଇ ଭାରତର ଦୃଷ୍ଟିକୋଣ ସମ୍ପର୍କରେ ସମସ୍ତ ନେତାଙ୍କୁ ସୂଚନା ଦେଇଥିଲେ । ଏଥିରେ ବୈଦେଶିକ ମନ୍ତ୍ରୀଙ୍କ ବ୍ୟତୀତ ଶ୍ରମମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କଂଗ୍ରେସ ନେତା ପି. ଚିଦାମ୍ବରମ୍, ମଣିକ୍କମ ଟେଗୋର, ନ୍ୟାସନାଲ କନଫ୍ରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଓ ୱାଏସଆରସିପି ମୁଖ୍ୟ ବିଜୟସାଈ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଏସ୍ ଜୟଶଙ୍କର କହିଥିଲେ ଯେ, ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର ରହିଛି । ଅନେକ ଦୃଷ୍ଟିରୁ ସ୍ଥିତି ଅଦ୍ଭୁତ ରହିଛି । ମାମଲା ପଡ଼ୋଶୀ ସହ ସମ୍ବୋଧିତ ହୋଇଥିବାରୁ ଆମେ ନିଶ୍ଚିତ ରୂପେ ପରିଣାମକୁ ନେଇ ଚିନ୍ତିତ ଅଛୁ ।