ହରିୟାଣାରେ ଡମ୍ପର ଚଢ଼ାଇ ଡିଏସପିଙ୍କ ହତ୍ୟା

ହରିୟାଣା: ହରିୟାଣାସ୍ଥିତ ନୂହଁ ଜିଲ୍ଲାର ପଚଗାଁରେ ଡିଏସପି ସୁରେନ୍ଦ୍ର ସିଂହଙ୍କ ଉପରେ ଅବୈଧ ଖଣି ମାଫିଆ ଡମ୍ପର ଚଢ଼ାଇ ଦେଇଛନ୍ତି । ଫଳରେ ଘଟଣାସ୍ଥଳରେ ଡିଏସପିଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଏକ ସୂଚନା ଆଧାରରେ ଡିଏସପି ସୁରେନ୍ଦ୍ର ଖନନ ରୋକିବାକୁ ଯାଇଥିଲେ । ଏହି ସମୟରେ ଅବୈଧ ପଥରରେ ପୂର୍ଣ୍ଣ ଟ୍ରକକୁ ଡିଏସପି ରୋକିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦିଆଯାଇଥିଲା । ଘଟଣାସ୍ଥଳରେ ନୂହଁ ଏସପି ଓ ଆଇଜି ଉପସ୍ଥିତ ଥିଲେ ।

ଘଟଣା ପରେ ହରିୟାଣା ଏଡିଜି ସନ୍ଦୀ ଖେଡ଼ବାଲ କହିଛନ୍ତି ଯେ, ପାଖାପାଖି ୧୨ଟା ବେଳେ ଅବୈଧ ଖନନ ସମ୍ବନ୍ଧରେ ପୁଲିସକୁ ଖବର ମିଳିଥିଲା । ଖଣି ମାଫିଆଙ୍କ ବିରୋଧରେ ପୂର୍ବରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିଲା ଏବେ ବି କରାଯାଉଛି ଆଉ ଆଗାମୀ ଦିନରେ ମଧ୍ୟ କରାଯିବ ।