୨ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦ୍ର ଜାରି କଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: କେରଳରୁ ଆଜି ଦ୍ୱିତୀୟ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ସମ୍ପର୍ଣ୍ଣ ରୂପେ ସତର୍କ ହୋଇଯାଇଛନ୍ତି । ସେଥିପାଇଁ ଏୟାରପୋର୍ଟ ଓ ବନ୍ଦରଗାରରେ କଡ଼ାକଡ଼ି ଭାବେ ସ୍କ୍ରିନିଂ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାଦ୍ୱାରା ଠିକ୍ ସମୟରେ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଯାଇପାରିବ । ଏଥିସହିତ ସଂକ୍ରମଣକୁ ମଧ୍ୟ ରୋକିବାରେ ସହାୟକ ହେବ ।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱର ୨୭ଟି ଦେଶରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଭାରତରେ ୨ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଆକ୍ରାନ୍ତ ଦ୍ୱୟ କେରଳରୁ ହୋଇଥିବା ଜଣାପଡ଼ିଛି ।