ଆଜି ରାଷ୍ଟ୍ରପତି ନିର୍ବାଚନ: ପୂର୍ବାହ୍ନ ୧୦ଟାରୁ ଭୋଟିଂ, ଜୁଲାଇ ୨୧ରେ ଭୋଟ୍ ଗଣତି

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଭୋଟିଂ ଆରମ୍ଭ ହେବ । ଏହି ନିର୍ବାଚନରେ ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳ ଯଶୱନ୍ତ ସିହ୍ନା ଅବତୀର୍ଣ୍ଣ ହୋଇଛନ୍ତି । ଜୁଲାଇ ୨୧ରେ ଭୋଟ ଗଣତି ପରେ ଜଣାପଡ଼ିବ ଯେ, ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବେ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାତାଙ୍କ ଭୋଟର ମୋଟ ଭ୍ୟାଲୁ ୧୦,୮୬,୪୩୧ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମର୍ମୁଙ୍କ ପାଖଷର ଛୋଟ-ବଡ଼ ଦଳ ମିଶି ମୋଟ ୨୭ଟି ପାର୍ଟି ସମର୍ଥନ ରହିଛି । ତାଙ୍କୁ ଅଣ ଏନଡିଏ ଦଳ ମଧ୍ୟ ସମର୍ଥନ ଜଣାଇବାକୁ ପୂର୍ବରୁ ଘୋଷଣା କରିଛନ୍ତି । ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ବୋଲି ଚିନ୍ତା କରାଯାଉଥିବା ଦଳ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଜଣାଉଛନ୍ତି ।

ସମାଜବାଦୀ ପାର୍ଟିର ସହଯୋଗୀ ଦଳ ସୁଭାସପାର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭରଙ୍କ ବ୍ୟତୀତ ବିଜେପି, ନିଷାଦ ପାର୍ଟି ଓ ଅପନା ଦଳ (ଏସ) ବହୁଜନ ସମାଜ ପାର୍ଟି ଓ ରାଜା ଭୈୟାଙ୍କ ପାର୍ଟି ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବେ । ଶିବପାଳ ସିଂହ ଯାଦବ ମଧ୍ୟ ମୁର୍ମୁଙ୍କ ପକ୍ଷରେ ଭୋଟ ଦେବେ । ଏହା ବ୍ୟତୀତ ଏନଡିଏ ପ୍ରାର୍ଥୀଙ୍କୁ ଜେଡିୟୁ, ଏଲଜେପି, ରିବ୍ଲବିକାନ ପାର୍ଟି ଅଫ ଅଠାୱଲେ, ଏନପିପି, ଏନପିଏଫ, ଏମଏନଏଫ, ଏନଡିପିପି, ଏସକେଏମ, ଏଜିପି, ପିଏମକେ, ଏଆଇଏନଆର କଂଗ୍ରେସ, ଜନନାୟକ ଜନତା ପାର୍ଟି, ଏଆଇଏଡିଏମକେ, ଆଇପିଏଫଟି, ୟୁପିପିଏଲ, ବିଜେଡି, ୱାଇଏସଆର କଂଗ୍ରେସ, ଟିଡିପି, ଜନତା ଦଳ (ଏସ), ଶିରୋମଣୀ ଅକାଳୀ ଦଳ, ଜେଏମଏମ, ୟୁଡିପି ଓ ଶିବସେନାର ସମର୍ଥନ ମିଳିବ ।

ଯଶୱନ୍ତ ସିହ୍ନାଙ୍କୁ କଂଗ୍ରେସ, ଏନସିପି, ଟିଏମସି, ସପା, ସିପିଆଇ (ଏମ), ଆରଏଲଡି, ଆରଜେଡି, ଆରଏସପି, ଟିଆରଏସ, ଡିଏମକେ, ନ୍ୟାଶନାଲ କନଫ୍ରେନ୍ସ, ଭାକପା, କେରଳ କଂଗ୍ରେସ (ଏମ) ଆଦି ଦଳଗୁଡ଼ିକ ସମର୍ଥନ ଦେବ ।