ପରିବର୍ତ୍ତିତ ଜିଏସ୍‌ଟି ଦର ଆଜିଠାରୁ ଲାଗୁ

ନୂଆଦିଲ୍ଲୀ,ଏଜେନ୍ସି: ଜିଏସଟି କାଉନସିଲ ଦ୍ୱାରା ନିର୍ଦ୍ଧାରିତ ଦର ଜୁଲାଇ ୧୮ ତାରିଖରୁ ଲାଗୁ ହେଇଛି । ଫଳରେ ଅନେକ ଜିନିଷର ଦର ମହଙ୍ଗା ହୋଇଯାଇଛି । ପ୍ୟାକିଂ ଖାଦ୍ୟ ଦର ମହଙ୍ଗା ହୋଇଛି । ଏଥିରେ ସାମିଲ ରହିଛି ଅଟା, ପନୀର ଓ ଦହି । ଏହି ଜିନିଷଗୁଡ଼ିକ ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ଏଣିକି ୫୦୦୦ ଟଙ୍କାରୁ ଅଧିକ ଭଡା ହସ୍ପିଟାଲର କୋଠରୀ ପାଇଁ ମଧ୍ୟ ଜିଏସଟି ଦେବାକୁ ପଡ଼ିବ । ଏହା ବ୍ୟତୀତ ୧୦୦୦ ଟଙ୍କା ପ୍ରତିଦିନ କମ ହୋଟେଲର ରୁମ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ । ଏପର୍ଯ୍ୟନ୍ତ ଏହାରି ଉପରେ କୌଣସି କର ଦେବାକୁ ପଡୁ ନଥିଲା ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଯି ପରିଷଦ ଜୁନ ଶେଷ ସପ୍ତାହରେ ବୈଠକ ହୋଇଥିଲା । ମାଛ, ହଦି, ପନୀର, ଲସ, ମହୁ, ସୋୟାବିନ, ମଟ, ଗହମ ଓ ଅନ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏହି ପରିବର୍ତ୍ତନ ଆଜି ଠାରୁ ଲାଗୁ ହୋଇଛି । ତେବେ ରୋପୱେ ସାମଗ୍ରୀ ପରିବହନ କରିବା ଓ ଯାତ୍ରୀଙ୍କ ପରିବହନ ଉପରେ ଜିଏସଟି ୧୨ରୁ ହ୍ରାସ ପାଇ ୫ ପ୍ରତିଶତ କରିଦିଆଯାଇଛି । ଟ୍ରକ ଓ ଅନ୍ୟ ବାହନ, ଯେଉଁଥିରେ ଇନ୍ଧନ ବ୍ୟବହାର ହେଉଛି, ସେଥିରେ ୧୮ ବଦଳରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ ।